Paige Job Bank fox markPAIGE JOB BANKEVERY JOB IN THE WORLD

OCS-2024 : ବୁବୁନ ସାହୁ ଟପ୍ପର, ଶୀର୍ଷ ୧୦ରେ ୪ ମହିଳା,୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ

INPosted 31 Oct 2026Remoteplaintext_31

OCS-2024 : ବୁବୁନ ସାହୁ ଟପ୍ପର, ଶୀର୍ଷ ୧୦ରେ ୪ ମହିଳା,୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ Advertisment ସବସ୍କ୍ରାଇବ କରନ୍ତୁ 0 Login Bookmarks My Profile Log Out 🏠︎ ଓଡ଼ିଶା ଦେଶ ବିଦେଶ ଭିଡିଓ ରାଜନୀତି ଖେଳ ମନୋରଂଜନ ରାଶି ଓ ବାସ୍ତୁ ଜୀବନଶୈଳୀ ସ୍ପେଶାଲ୍ ଅତିଥି ସ୍ତମ୍ଭ ଦୁର୍ଘଟଣା ଫଟୋ ଗ୍ୟାଲେରୀ ସଂସ୍କୃତି Join Odisha Reporter. Sign In with Google Sign In with Facebook Sign in with Email By clicking the button, I accept the Terms of Use of the service and its Privacy Policy , as well as consent to the processing of personal data. Don’t have an account? Signup ଦୁର୍ଘଟଣା ରାଶିଫଳ ମନୋରଞ୍ଜନ ଅତିଥି ସ୍ତମ୍ଭ ଦୁନିଆ ଜୀବନଶୈଳୀ ଦେଶ ଓଡ଼ିଶା ରାଜନୀତି ବିଶେଷ Advertisment Advertisement Advertisement Trending Stories Advertisement ନିଯୁକ୍ତି news OCS-2024 : ବୁବୁନ ସାହୁ ଟପ୍ପର, ଶୀର୍ଷ ୧୦ରେ ୪ ମହିଳା,୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ମୋଟ୍ ୨୦୦ଜଣ କୃତୀ ପରୀକ୍ଷାର୍ଥୀ ଥିବାବେଳେ ସେଥିରେ ୭୮ଜଣ ମହିଳା ରହିଛନ୍ତି। ସେହିପରି ବିଭିନ୍ନ ବର୍ଗ ଅନୁସାରେ ସାଧାରଣ ବର୍ଗରେ ୭୦ ଜଣ, ଏସଇବିସି ବର୍ଗରେ ୩୫ ଜଣ, ଅନୁସୂଚିତ ଜାତି ବର୍ଗରେ ୪୫ ଜଣ ଓ ଅନୁସୂଚିତ ଜନଜାତିବର୍ଗରେ ୫୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ଚୟନିତ ହୋଇଛନ୍ତି। Prakaash Sethi 26 May 2026 20:15 IST ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପରୀକ୍ଷା-୨୦୨୪ର ରେଜଲ୍ଟ ଆଜି ପ୍ରକାଶ ପାଇଛି। ମୋଟ ୨୦୦ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ସେଥିରେ ୭୮ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ସେହିପରି ବୁବୁନ୍ ସାହୁ ଟପ୍ପର ହୋଇଥିବାବେଳେ ଶୀର୍ଷ ୧୦ଜଣଙ୍କ ମଧ୍ୟରେ ୪ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଓଡ଼ିଶା ଲୋକସେବା ଆୟୋଗଙ୍କ ୱେବସାଇଟରେ କୃତୀ ପରୀକ୍ଷାର୍ଥୀମାନେ ନିଜର ସମ୍ପୂର୍ଣ୍ଣ ମେରିଟ୍ ଲିଷ୍ଟ ଯାଂଚ କରିପାରିବେ ବୋଲି ଓପିଏସସିଙ୍କ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଛି। Advertisment ସୂଚନା ଅନୁସାରେ, ଶୀର୍ଷ ୧୦ ବା ଟପ୍ ଟନ୍ କୃତୀ ପରୀକ୍ଷାର୍ଥୀଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ବୁବୁନ୍ ସାହୁ, ଦ୍ୱିତୀୟରେ ଶୋଭନା ମହାନ୍ତି, ତୃତୀୟରେ ଜିତାମିତ୍ର ସାହୁ, ଚତୁର୍ଥରେ କନକ ଜୈନ, ପଂଚମରେ ସଂଗ୍ରାମ ପ୍ରଧାନ, ଷଷ୍ଠରେ ଅମନ ଗୋୟଲ, ସପ୍ତମରେ ଶାନ୍ତନୁ କୁମାର ଶତପଥୀ, ଅଷ୍ଟମରେ ନିତେଶ କୁମାର ବାରିକ, ନବମରେ ଶୀତଲ ପାତ୍ର ଓ ଦଶମ ସ୍ଥାନରେ ଇତିଶ୍ରୀ ଜେନା ରହିଛନ୍ତି। ଏହି ଟପ୍ ଟେନ୍ ପରୀକ୍ଷାର୍ଥୀଙ୍କ ମଧରେ ୪ ଜଣ ମହିଳା ପ୍ରାର୍ଥୀ (ଶୋଭନା ମହାନ୍ତି, କନକ ଜୈନ, ଶୀତଲ ପାତ୍ର ଏବଂ ଇତିଶ୍ରୀ ଜେନା) ରହିଛନ୍ତି। ସେହିପରି ଓସିଏସ୍ ପରୀକ୍ଷାରେ ମହିଳା ପରୀକ୍ଷାର୍ଥୀଙ୍କ ଭଲ ପ୍ରଦର୍ଶନ କରିଛନ୍ତି। ଓପିଏସସିଙ୍କ ଦ୍ୱାରା କରାଯାଇଥିବା ସୁପାରିଶରେ ମୋଟ୍ ୨୦୦ଜଣ କୃତୀ ପରୀକ୍ଷାର୍ଥୀ ଥିବାବେଳେ ସେଥିରେ ୭୮ଜଣ ମହିଳା ପରୀକ୍ଷାର୍ଥୀ ରହିଛନ୍ତି। ସେହିପରି ବିଭିନ୍ନ ବର୍ଗ ଅନୁସାରେ ସାଧାରଣ ବର୍ଗରେ ୭୦ ଜଣ, ଏସଇବିସି ବର୍ଗରେ ୩୫ ଜଣ, ଅନୁସୂଚିତ ଜାତି ବର୍ଗରେ ୪୫ ଜଣ ଓ ଅନୁସୂଚିତ ଜନଜାତିବର୍ଗରେ ୫୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ଚୟନିତ ହୋଇଛନ୍ତି। Advertisment ସମସ୍ତ ସଫଳ ପ୍ରାର୍ଥୀଙ୍କ ଆବେଦନ ଫର୍ମରେ ଦର୍ଶାଯାଇଥିବା ପରୀକ୍ଷା ଦେବାର ସଂଖ୍ୟା ବା ଆଟେମ୍ପ୍ଟର ସତ୍ୟତାକୁ ଭବିଷ୍ୟତରେ ଯାଂଚ କରାଯିବ ଓ ଏଥିରେ କୌଣସି ଅସଙ୍ଗତି ମିଳିଲେ ସେମାନଙ୍କ ସୁପାରିଶ ପ୍ରତ୍ୟାହାର କରାଯିବ ବୋଲି କମିଶନ ସ୍ପଷ୍ଟ କରିଛନ୍ତି। ଏହି ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସାମୟିକ ଥିବାବେଳେ ଶାରୀରିକ ସୁସ୍ଥତା ଓ ପ୍ରମାଣପତ୍ରର ଚୂଡ଼ାନ୍ତ ଯାଂଚ ପରେ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଏହି ପରୀକ୍ଷା ଫଳାଫଳ ଓଡ଼ିଶା ପ୍ରଶାସନିକ ସେବା ଇତିହାସରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ସାଧାରଣତଃ ଆବେଦନ ପ୍ରକ୍ରିୟାଠାରୁ ଆରମ୍ଭ କରି ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ପ୍ରାୟ ୧୮ ରୁ ୨୨ ମାସର ସମୟ ଲାଗୁଥିବାବେଳେ, ଚଳିତ ଥର ମାତ୍ର ୧୩ ମାସ ମଧ୍ୟରେ ସମଗ୍ର ପ୍ରକ୍ରିୟା ଶେଷ କରିବାରେ ଓଡ଼ିଶା ଲୋକସେବା ଆୟୋଗ ସଫଳ ହୋଇଛନ୍ତି। ଏହି ପଦକ୍ଷେପ ଯୋଗୁଁ ଆଗାମୀ ଦିନରେ ୟୁପିଏସସି ଓ ଓପିଏସସି ପରୀକ୍ଷାର ସମୟ ସୂଚୀ ମଧ୍ୟରେ ସମନ୍ୱୟ ରହିବ। ଏବେ ପରୀକ୍ଷା ସୂଚୀରେ ସମାନତା ଆସିବା ଫଳରେ ରାଜ୍ୟର ଛାତ୍ରଛାତ୍ରୀମାନେ ଗୋଟିଏ ପ୍ରସ୍ତୁତିରେ ଉଭୟ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ପରୀକ୍ଷା ଦେଇପାରିବେ, ଯାହା ସେମାନଙ୍କ ପାଠପଢ଼ା ବୋଝକୁ ଅନେକାଂଶରେ ହ୍ରାସ କରିବ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶାସନିକ ସେବାକୁ କେବଳ ଏକ ପଦବୀ ନୁହେଁ ବରଂ ଜନସେବାର ଏକ ପବିତ୍ର ବ୍ରତ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest news ବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ Advertisement Advertisement Top Stories Advertisement Quick Links About Odisha Reporter Contact Us Privacy Policy © 2026 - Odisha Reporter. All Rights Reserved.

Source: plaintext_31. Description and metadata as published by the employer or its applicant tracking system on 2026-10-31. The apply link goes to the original source. Paige JobBank does not accept applications on the employer's behalf.
Similar jobs
Roche

治疗领域经理 - 乳腺癌新品 - 广州

Guangzhou, CN · 12 Oct 2026
View job →
Roche

Stagiaire Affaires Réglementaires (d/f/m)

Paris, GB · 12 Oct 2026
View job →
Ing

Head of Human Interactions (Business Banking Spain)

Madrid (Vía de los Poblados), DE · 15 Oct 2026
View job →
Maersk

Supervisor- Hubbing & Consolidation

SG · 01 Oct 2026
View job →
Roche

治疗领域经理 - 乳腺癌新品 - 杭州

Hangzhou, CN · 12 Oct 2026
View job →